୫ଲକ୍ଷରୁ ଅଧିକ ରେମଡେସିବିର ଡୋଜ କିଣିଲା ଆମେରିକା

ନୂଆଦିଲ୍ଲୀ: ରେମଦେସିବିରର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି। କୋଭିଡ-୧୯କୁ ହରାଇବାରେ ସଫଳ ହୋଇଛି ଏହି ଔଷଧ। ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶମାନେ ଏହି ଔଷଧ ପାଇପାରିବେ ନାହିଁ। ଆମେରିକା ରେମଦେସିବିର ପ୍ରସ୍ତୁତକାରୀ କମ୍ପାନୀ ଗିଲିଦଠାରୁ ଜୁଲାଇ ମାସର ସମସ୍ତ ଉତ୍ପାଦନକୁ କିଣିବା ସହ ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ଗିଲିଦଠାରୁ ୯୦ ପ୍ରତିଶତ ଉତ୍ପାଦନକୁ କିଣି ନେଇଥିବା ଜଣାପଡିଛି।

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ବଢୁଥିବା ହେତୁ ଟ୍ରମ୍ପ ସରକାର ଏଭଳି କରିଛି। ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଦର୍ଶାଇ ସାରିଛି ଯେ, ଆମେରିକା ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ଏହା ଅନ୍ୟ ସମସ୍ତ ଦେଶକୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତ, ଯାହା ଏବେ ଆମେରିକା ପ୍ରମାଣ କରିଛି। ଏକା ସାଙ୍ଗରେ ୫୦୦,୦୦୦ରୁ ଅଧିକ ରେମଦେସିବିରର ଡୋଜ କିଣିବା ଦ୍ୱାରା ଅନ୍ୟ ଦେଶ ମାନେ ଏବେ ଏହି ଔଷଧ ପାଇଁ ପାରିବେ ନାହିଁ। ଆଗକୁ ସଂକ୍ରମଣ ସଂଖ୍ୟା ବଢିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଥିବା ବେଳେ ଆମେରିକା ଏଭଳି ସବୁ ଡୋଜ କିଣିନେବା ଖବର ଅନେକ ଦେଶକୁ ଭୟଭୀତ କରିଛି।

ମତାମତ ଦିଅନ୍ତୁ ।