ଜମ୍ମୁ-କଶ୍ମୀର ପୋଲିସ ୫୦ଟି ଡ୍ରୋନ୍‌ ଆଣିବ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀର ପୋଲିସ ୫୦ଟି ଡ୍ରୋନ୍‌ ଆଣିବ। ଆକାଶ ମାର୍ଗରୁ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିବାକୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ କେନ୍ଦ୍ର ଗୃହମନ୍ତ୍ରାଳୟ ମଞ୍ଜୁରି ମିଳିସାରିଛି। ଏହି ଡ୍ରୋନ୍‌ଗୁଡ଼ିକ ପ୍ରତିବାଦକାରୀ ଓ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୋଲିସକୁ ସାହାଯ୍ୟ କରିବ। ଏଥି ନିମନ୍ତେ ଆଉ ସେନା ବାହିନୀର ସହାୟତା ଆବଶ୍ୟକ ପଡିବନି। ଡ୍ରୋନ୍‌ ଆଣିବାକୁ ଟେଣ୍ଡର୍‌ ପ୍ରକ୍ରିୟା ଏଇ ମାସରେ ଶେଷ ହେବ। ବର୍ଗ ୩ ଅନ୍ତର୍ଭୁକ୍ତ ଏହି ଡ୍ରୋନ୍‌ଗୁଡ଼ିକ ସର୍ବାଧୁନିକ। ପୋଲିସକୁ ସହାୟକ ହେଲାଭଳି ବୈଷୟିକ ଜ୍ଞାନକୌଶଳ ଏଥିରେ ଉପଯୋଗ କରାଯାଇଛି।

ମତାମତ ଦିଅନ୍ତୁ ।