୫୦ ପ୍ରତିଶତ କର୍ମଚାରୀ ନିୟମ ଏହି ବିଭାଗରେ ଲାଗୁ ହେବନି

ଭୁବନେଶ୍ୱର : ରାଜ୍ୟ ସରକାର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ ଚଳାଇବା ନିର୍ଦ୍ଦେଶରେ ସଂଶୋଧନ କରିଛନ୍ତି । ଏହି ନିୟମ କେତେକ ବିଭାଗରେ ଲାଗୁ ହେବନାହିଁ ବୋଲି ସାଧାରଣ ପ୍ରଶାସନିକ ବିଭାଗ ସ୍ପଷ୍ଟ କରିଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ୫୦ ପ୍ରତିଶତ ନିୟମ ଲାଗୁ ହେବ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନିକ ବିଭାଗର ସଂଶୋଧିତ ନିୟମ ଅନୁଯାୟୀ ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପୌର ଅଫିସ୍‌ରେ ୫୦ ପ୍ରତିଶତ ଷ୍ଟାଫ୍‌ କଟକଣା ଲାଗୁ ହେବ ନାହିଁ। ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଅଫିସ୍‌ରେ ମଧ୍ୟ ପୂରା କର୍ମଚାରୀ କାମ କରିବେ।

ମତାମତ ଦିଅନ୍ତୁ ।