୫ ଜଣ ଅଫିସରଙ୍କୁ ଲୋକାୟୁକ୍ତ ନୋଟିସ

ଭୁବନେଶ୍ଵର : ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଂଚଳରେ ରବର ଚାରା ରୋପଣ ପାଇଁ ୫ ବର୍ଷ ମଧ୍ୟରେ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଅନେକ ସ୍ଥାନରେ ଗଛ ବଂଚିଲାନି। ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁକରି ଏହାର ଜବାବ ଦେବା ପାଇଁ ୫ ଜଣ ଆଇଏଏସ ଅଫିସରଙ୍କୁ ନୋଟିସ ଜାରିଛନ୍ତି।

ମତାମତ ଦିଅନ୍ତୁ ।