Wed. Dec 11th, 2019

୬ଟି ରଙ୍ଗରେ ଲଞ୍ଚ ହେଲା ବୁଲେଟ୍‌, କମିଲ ଦାମ

ନୂଆଦିଲ୍ଲୀ : ବୁଲେଟ ସମସ୍ତଙ୍କର ପସନ୍ଦ। କିନ୍ତୁ ଦାମ ଅଧିକ ଥିବାରୁ ଏହାକୁ ଅନେକଙ୍କ ପକ୍ଷେ ସମ୍ଭବ ହୁଏନି। ଏବେ ମୂଲ୍ୟ କମିଛି। ବଜାରରେ ଉପଲବ୍ଧ ହେବ ୬ଟି ରଙ୍ଗର ବୁଲେଟ।

ବୁଲେଟ୍‌ ପ୍ରେମିଙ୍କ ପାଇଁ ଭଲ ଖବର। ଗତ ୯ ତାରିଖରେ ରୟାଲ ଏନଫିଲ୍ଡ (Royal Enfield) କମ୍ପାନୀ ନିଜର ନୂଆ ବାଇକ୍‌ ଲଞ୍ଚ କରିଛି। ପୁଣି ୬ଟି ରଙ୍ଗର। ବୁଲେଟର ନୂଆ ଭେରିଏଣ୍ଟର ଦାମ ହେଉଛି ୧,୧୨,୦୦୦ ଟଙ୍କା। ପୂର୍ବ ମଡେଲ ୩୫୦ ତୁଳନାରେ ଏହି ବାଇକ୍‌ର ଦାମ ୯୦୦୦ ଟଙ୍କା କମ।

ରୟାଲ ଏନ୍‌ଫିଲ୍ଡ ନୂଆ ବାଇକ୍‌କୁ ବିଭିନ୍ନ ରଙ୍ଗ ଓ ସେଡ୍ସରେ ଲଞ୍ଚ କରିଥିବା ବେଳେ ଏଣିକି ସିଲଭର, ନୀଳ ଓ କଳା ରଂଗରେ ଉପଲବ୍ଧ ହେବ। ଏଥିରେ ଉଭୟ କିକ୍‌ ଓ ଇଲେକ୍ଟ୍ରିକ୍‌ ଷ୍ଟାର୍ଟର ସୁବିଧା ରହିଛି। କେବଳ ରଙ୍ଗ ନୁହେଁ ଡିଜାଇନ୍‌ରେ ପରିବର୍ତ୍ତନ କରିଛି। କିଛି ମାସ ହେବ ବୁଲେଟ୍‌ ବିକ୍ରି ହ୍ରାସ ପାଇବାରୁ କମ୍ପାନୀ ବାଇକ୍‌ର ମୂଲ୍ୟ କମ୍‌ କରିଛି।  

Leave a Reply

Your email address will not be published. Required fields are marked *