୬୧ଟି ମନ୍ଦିରର ଆକାଉଣ୍ଟ ଅଡିଟ୍ ହେବ

ଭୁବନେଶ୍ୱର: ରାଜ୍ୟର ୬୧ଟି ମନ୍ଦିରର ଆକାଉଣ୍ଟ ଅଡିଟ୍‌ ହେବ। ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ସହିତ ୟୁନିଟ୍‌-୩  ଶ୍ରୀରାମ ମନ୍ଦିରର ଆକାଉଣ୍ଟ ଅଡିଟ୍‌ ହେବ। ସେହିପରି କେନ୍ଦ୍ରାପଡ଼ା ଶ୍ରୀବଳଦେବଜିଉ ମନ୍ଦିରର ଆକାଉଣ୍ଟକୁ ବି ଅଡିଟ କରାଯିବ। ଓଡ଼ିଶା ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ କରାଯିବ। ଅଡିଟ ପାଇଁ ଅଡିଟରଙ୍କୁ ମନୋନୀତ କରାଯିବ। ଶ୍ରୀଲିଙ୍ଗରାଜ ଓ ଶ୍ରୀବଳଦେବଜିଉ ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ କଟକର ୬ଟି ମନ୍ଦିରର ଆକାଉଣ୍ଟକୁ ଅଡିଟ କରାଯିବ ବୋଲି ଗୁରୁବାର ସୂଚନା ମିଳିଛି।

ମତାମତ ଦିଅନ୍ତୁ ।