୭ ବର୍ଷର ପିଲା ପାଟିରେ ୫୨୬ଟି ଦାନ୍ତ

ନୂଆଦିଲ୍ଲୀ : ଚେନ୍ନାଇର ଜଣେ ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ଅପରେସନ କରି ୫୨୬ଟି ଦାନ୍ତକୁ ବାହାର କରିଛନ୍ତି। ଏଠାକାର ଏକ ଡେଣ୍ଟାଲ କଲେଜ ଓ ହସ୍ପିଟାଲରେ ସଫଳତାର ସହିତ ହୋଇଛି ଅପରେସନ।

ଖବର ଅନୁଯାୟୀ ପିଲାଟିର ବୟସ ୩ ବର୍ଷ ହୋଇଥିବା ବେଳେ ଧୀରେଧୀରେ ତା’ର ମୁହଁ ଫୁଲିବା ଆରମ୍ଭ କରିଥିଲା। ଏହାକୁ ବାପା ମା’ ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ସମୟ କ୍ରମେ ମୁହଁର ଫୁଲା ବଢ଼ିବାରୁ ଡାକ୍ତରଙ୍କ ପାଖକୁ ଆଣିଥିଲେ। ଏକ୍ସ୍-ରେ ଓ ସ୍କାନ ପରେ ଜଣାପଡ଼ିଥିଲା ପିଲାଟି ପାଟିର ଡାହାଣ ପଟେ ବହୁ ସଂଖ୍ୟକ ଛୋଟ ଛୋଟ ଦାନ୍ତ ରହିଛି। ଆନେସ୍ଥେସିଆ ଦେଇ ଡାକ୍ତରମାନେ ଉକ୍ତ ଫୁଲା ସ୍ଥାନଟିକୁ ଅପରେସନ କରି ୫୨୬ଟି କ୍ଷୁଦ୍ର ଦାନ୍ତ ବାହାର କରିଥିଲେ। ଯାହାର ଓଜନ ଥିଲା ପ୍ରାୟ ୨୦୦ ଗ୍ରାମ।

ମତାମତ ଦିଅନ୍ତୁ ।