Wed. Dec 11th, 2019

୮ଟି ଜିଲ୍ଲାରେ ଅଧିକ ବର୍ଷା, ବଲାଙ୍ଗୀରରେ ସର୍ବାଧିକ: ଏସଆରସି

ଭୁବନେଶ୍ଵର : ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ମୈାସୁମୀ ସକ୍ରିୟ କାରଣରୁ ଗତ ଦୁଇଦିନରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ବଲାଙ୍ଗୀରରେ ହୋଇଛି ସର୍ବାଧିକ ୫୫୫ ମିଲିମିଟର। ପୂର୍ବରୁ ଏଭଳି ବଷା କେବେ ଏଠାରେ ହୋଇନଥିଲା ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ବୁଧବାର ଲଘୁଚାପ ଜନିତ ବର୍ଷା ଓ ବନ୍ୟା ସମ୍ପର୍କରେ ସେ କହିଲେ ଯେ, ଗତ ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୩.୪ ପ୍ରତିଶତ ବର୍ଷା ହୋଇଥିବା ବେଳେ ୧୭ଟି ବ୍ଲକରେ ୧୦୦ରୁ ୨୦୦ମିମି ବର୍ଷା ରେକର୍ଡ଼ କରାଯାଇଛି। ୧୯ଟି ବ୍ଲକର ୧୪୨ଟି ଗାଁର ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତିରୁ ୫୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୧୨୪ଟି ରିଲିଫ କେନ୍ଦ୍ରରେ ରଖାଯାଇଛି। ବର୍ଷା କାରଣରୁ ପଶ୍ଚିମ ଓଡ଼ିଶାରେ ରେଳସେବା ପ୍ରଭାବିତ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। 

ଶ୍ରୀ ସେଠୀ କହିଲେ ରାଜ୍ୟରେ ଲଗାଣ ବର୍ଷା କାରଣରୁ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଟଳିଯାଇଛି। ୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ବର୍ଷା ପରିମାଣ ଠିକ ରହିଛି। ବନ୍ୟା ପ୍ରଭାବିତ ଅଂଚଳରେ ୧୫ଟି ଓଡ୍ରାଫ ଟିମ, ୩ଟି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *