୧ କିଲୋ ୫୦ ଗ୍ରାମ ବ୍ରାଉନସୁଗର ଜବତ, ୪ ଗିରଫ

ଭୁବନେଶ୍ଵର : ଖୋର୍ଦ୍ଧା- ବରୁଣେଇ ରାସ୍ତାରେ ଏସଟିଏଫ୍ ଟିମ୍ ଚଢଉ କରି ୧ କିଲୋ ୫୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ଏସଟିଏଫ୍ ଟିମ୍ ଚଢଉକରି ବରୁଣେଇ ଅଞ୍ଚଳର ବିଜୟ ମହାନ୍ତି ନାମକ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଧରିଥିଲା। ତାଙ୍କ ନିକଟରୁ ୧ କିଲୋ ୫୦ ଗ୍ରାମ ବ୍ରାଉନ୍ ସୁଗର, ଗୋଟିଏ ପ୍ୟାକିଂ ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଜଳେଶ୍ଵର ଥାନା ଅନ୍ତର୍ଗତ ଶେଖ୍ ଜୁମାନ, ଜଗତସିଂହପୁରର ସୌମ୍ୟଜିତ ପରିଜା, ସାଗର ବେହେରା ଓ ସପନ ଭଟ୍ଟାଚାର୍ଯ୍ୟଙ୍କ ଠାରୁ ସେ ବ୍ରାଉନ୍ ସୁଗାର ପାଇଥିବା ପୋଲିସକୁ କହିଥିଲେ। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତମାନଙ୍କୁ ବାଲେଶ୍ଵର ଯିବା ବାଟରେ ଗିରଫ କରାଯିବା ସହିତ କାର ଓ ନଗଦ ୫ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button