Breaking Newsଅପରାଧ

୧ ଲକ୍ଷ ୧୦ ହଜାର ଲାଞ୍ଚ : ଭିଜିଲାନ୍ସ ହାତରେ ଧରାପଡିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା : ଭିଜିଲାନ୍ସ ଜାଲରେ ଫସିଲେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ। ଆଜି ସନ୍ଧ୍ୟାରେ ୧ଲକ୍ଷ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଖବର ଅନୁଯାୟୀ ହ୍ୟାଚେରୀ ପ୍ରକଳ୍ପ ମାଧ୍ୟମରେ ମାଛ ଚାଷ ପାଇଁ ୱାର୍କ ଅର୍ଡର ଓ ବାୟୋଫ୍ଲକ୍‌ ଯୋଜନାରେ ମିଳୁଥିବା ସରକାରୀ ସହାୟତା ମଞ୍ଜୁର କରିବାକୁ ଲାଞ୍ଚ ମାଗିଥିଲେ। ବାରିପଦା ସହରର ଧ୍ରୁଜଟି ଦାସଙ୍କ ଠାରୁ ଶ୍ରୀ ଘଡ଼େଇ ୧ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ବାଲେଶ୍ଵର ଭିଜିଲାନ୍‌ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ବାରିପଦା ଭିଜିଲାନ୍‌ସ ଡିଏସ୍‌ପି ଶରତ ମହାପାତ୍ରଙ୍କ ନେତୃତ୍ଵରେ ଏହି ଚଢ଼ଉ ହୋଇଥିଲା। ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।

ମତାମତ ଦିଅନ୍ତୁ ।

Back to top button