୧୦ ଦିନରେ ମିଳିବ ଆୟ ଓ ବାସସ୍ଥାନ ପ୍ରମାଣପତ୍ର

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରିଛି। ଏଣିକି ୧୫ ଦିନ ବଦଳରେ ୧୦ ଦିନରେ ଆୟ ଓ ବାସସ୍ଥାନ ପ୍ରମାଣପତ୍ର ମିଳିବ। ସେହିପରି ୩୦ ଦିନ ପରିବର୍ତ୍ତେ ଏସଟି/ଏସସି, ଏସଇବିସି ଓ ଓବିସି ପ୍ରମାଣପତ୍ର ୧୫ ଦିନରେ ମିଳିବ। ଉତ୍ତରାଧିକାରୀ ସାର୍ଟିଫିକେଟ ଆବେଦନର ୩୦ ଦିନରେ ପ୍ରଦାନ କରାଯିବ। ଉତ୍ତରାଧିକାରୀ ସାର୍ଟିଫିକେଟ ଥରେ ମାତ୍ର ଜାରି ହେବ। ଯାହା ଫଳରେ ବିଭିନ୍ନ କାମ ପାଇଁ ବାରମ୍ବାର ଆବେଦନ କରିବାକୁ ପଡ଼ିବନି ବୋଲି ସଂଶୋଧିତ ଗାଇଡ୍ଲାଇନ୍ ଉଲ୍ଲେଖ ରହିଛି।