୧୦ ଲକ୍ଷ ଦାଦାବଟି ମାଗି ୨ ଗିରଫ

ରାଉରକେଲା : ପିଏଲଏଫଆଇ ସଦସ୍ୟ ରଞ୍ଜନ ଖେଡ଼ିଆ ନାଁରେ କ୍ରସର ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିବା ଦୁଇଜଣଙ୍କୁ ରଘୁନାଥପାଲ୍ଲୀ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଅଭିଯୁକ୍ତଦ୍ୱୟ ହେଲେ ବୀରମିତ୍ରପୁରର ଚେତନ ଓରଫ ଶିବଦତ୍ତ ଜୟପୁରିଆ ଓ ସୁଶୀଲ ସମର। ସେମନେ ଗତ ମାର୍ଚ୍ଚ ୨୫ରେ ସିଭିଲଟାଉନସିପର କ୍ରସର ମାଲିକଙ୍କୁ ପିଏଲଏଫଆଇ ସଦସ୍ୟ ରଞ୍ଜନ ଖେଡ଼ିଆ ନାଁରେ ଦାଦା ବଟି ମାଗିଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ବନ୍ଧୁକ, ମାଗାଜିନ, ଦୁଇଟି ଅଫୁଟା ଗୁଳି, ଓ ମୋବାଇଲ ଫୋନ ଜବତ କରିଛିl ପୂର୍ବରୁ ଏ ଦୁଇଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button