୧୦ ତାରିଖ ଯାଏଁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ସଂକ୍ରମଣ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ୩ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛି। ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସୂଚନା ଅନୁଯାୟୀ ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ରେ ପହଞ୍ଚିଛି। ସେଥିରୁ ୨୫୨ଜଣ ସୁସ୍ଥ ହୋଇଥିବା ବେଳେ ୮୮ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।