୧୦୦ ଅକ୍ସିଜେନ୍ କନସେନଟ୍ରେଟର ଦାନ କଲେ ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା

ନୂଆଦିଲ୍ଲୀ : ମହାମାରୀ କରୋନା ପାଇଁ ଦେଶ ଏବେ କଠିନ ସମୟ ଦେଇ ଗତି କରୁଛି। ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଡାକ୍ତରଖାନାରେ ଦେଖାଦେଇଛି ବେଡ୍, ଅକ୍ସିଜେନ୍ ଓ ଔଷଧର ଅଭାବ। ଏହି କାରଣରୁ ଅନେକଙ୍କ ଜୀବନ ଚାଲିଯାଉଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ଲଢେଇରେ ନିଜକୁ ସାମିଲ କରି ଲୋକଙ୍କ ଜୀବନ ରକ୍ଷାର ଦାୟିତ୍ୱ ନେଇଛନ୍ତି ।

ଅଭିନେତା ଅକ୍ଷୟ କୁମାର ଲୋକଙ୍କ ନିକଟରେ ଅକ୍ସିଜେନ୍ ପହଞ୍ଚାଇବାକୁ ନେଇଛନ୍ତି ନିଷ୍ପତ୍ତି। ତାଙ୍କ
ପତ୍ନୀ ଟ୍ୱିଙ୍କଲ ଖାନ୍ନା ମଧ୍ୟ ସ୍ଵାମୀଙ୍କ ସାଥ୍ ଦେଇଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟ ୧୦୦ ଅକ୍ସିଜେନ୍ କନସେନଟ୍ରେଟର ଦାନ କରିବାକୁ ନେଇଛନ୍ତି ନିଷ୍ପତ୍ତି। ଏଥିପାଇଁ ସେମାନେ ଏକ ପଞ୍ଜୀକୃତ ଏନଜିଓ ଖୋଜୁଛନ୍ତି। ଟ୍ୱିଙ୍କଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲୋକଙ୍କ ସାହାଯ୍ୟ ମାଗି ଲେଖିଛନ୍ତି ଦୟାକରି ମୋତେ ଯାଞ୍ଚ ହୋଇଥିବା ନିର୍ଭରଯୋଗ୍ୟ ଓ ପଞ୍ଜୀକୃତ ଏନଜିଓ ବିଷୟରେ ସୂଚନା ଦିଅନ୍ତୁ। ଯେଉଁ ସଂସ୍ଥା ୧୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ବଣ୍ଟନ କରିବାରେ ସାହାଯ୍ୟ କରିପାରିବ। ଏଥିସହ ଟ୍ୱିଙ୍କଲ କହିଛନ୍ତି ଏ ସମସ୍ତ କନସେନଟ୍ରେଟର୍ସ ସିଧାସଳଖ ୟୁକେରୁ ତାଙ୍କ ପାଖରେ ଆସି ପହଞ୍ଚିବ।

ଟ୍ୱିଙ୍କଲ ସୂଚନା ଦେଇଛନ୍ତି ଆମ ସହିତ ଲଣ୍ଡନରେ ରହୁଥିବା ଦୁଇଜଣ ଭାରତୀୟ ଡାକ୍ତର ୧୨୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ବର୍ତ୍ତମାନ ସହାୟତା ପାଇଁ ସମୁଦାୟ ୨୨୦ ଅକ୍ସିଜେନ୍ କନସେନଟ୍ରେଟର୍ସ ବଣ୍ଟନ କରାଯିବ। ଅକ୍ଷୟ ପୂର୍ବରୁ ଗୌତମ ଗମ୍ଭୀର ଫାଉଣ୍ଡେସନକୁ କରୋନା ରୋଗୀଙ୍କ ସାହାଯ୍ୟ କରିବା ପାଇଁ ଏକ କୋଟି ଟଙ୍କା ଦାନ କରିଥିଲେ। ଏଥିପାଇଁ ଗୌତମ ଟ୍ୱିଟରରେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button