Breaking Newsରାଜ୍ୟ

୧୦୩ ଛୁଇଁଲା ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରୁ ଆଜି ୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ବରଣ ୪ ଜଣ ଆକ୍ରାନ୍ତ। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ମାସ୍କ ପରିଧାନ ଓ ସାମାଜିକ ଦୂରତ୍ଵ ରକ୍ଷା କରିବାକୁ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଉଛି। ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ। ଲୋକଙ୍କୁ ଏ ସମ୍ପର୍କରେ କରାଯାଉଥିବା ବେଳେ କଟକଣାକୁ କଡାକଡି କରାଯାଇଛି।

ମତାମତ ଦିଅନ୍ତୁ ।

Back to top button