୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ ସଗଡ଼ିଆ ସାହିରୁ ଆଜି ୧୦ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। କୋଟଗଡ଼ ବନବିଭାଗର ସୂଚନା ଅନୁଯାୟୀ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏହି ସାପଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ୍ୟ ଜନ୍ତୁ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଂଚି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ପିପାଡି ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button