୧୦ରେ ହାଜର ପାଇଁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଛାଡପତ୍ର ମାମଲା। ଏଥିପାଇଁ ବିଭିନ୍ନ କାରଣ ଦର୍ଶାଇ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ ତାରିଖରେ ହାଜର ହେବାପାଇଁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି। ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।