୧୦ରୁ ଜିଲ୍ଲାରେ ସକାଳୁଆ ଅଫିସ

ବାରିପଦା : ଚଳିତ ମାସ ୧୦ ତାରିଖରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କାର୍ଯ୍ୟ କରିବ। ଆଗାମୀ ଜୁନ ମାସ ୧୫ ପର୍ଯ୍ୟନ୍ତ ସକାଳ ୭ରୁ ଦିନ ଗୋଟିଏ ପର୍ଯ୍ୟନ୍ତ ରହିବ ଅଫିସ ସମୟ। ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ଅବଧି ମଧ୍ୟରେ ସରକାରୀ କାର୍ଯ୍ୟ ଦିବସ ଗୁଡ଼ିକରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କୌଣସି ମଧ୍ୟାହ୍ନ ଭୋଜନ ବିରତି ରହିବ ନାହିଁ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button