୧୧ ଲକ୍ଷ ଲୁଟି ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ହିସାର : ହରିୟାଣାରେ ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ୧୧ ଲକ୍ଷ ଲୁଟିନେବା ପରେ ଜିଅନ୍ତା ଜାଳି ଦେଇଛନ୍ତି।

ଖବର ଅନୁଯାୟୀ ଝାନ୍ସୀ ଭାଟଳା-ଦାତା ରୋଡ଼ସ୍ଥିତ ଗାଁର ରାମ ମେହର କପ-ପ୍ଲେଟ୍‌ ପ୍ରସ୍ତୁତ କରୁଥିବା କାରଖାନାର ମାଲିକ। କୌଣସି କାମ ପାଇଁ ସେ ବ୍ୟାଙ୍କରୁ ଟଙ୍କା ଉଠାଇ କାର୍‌ ଯୋଗେ ଘରକୁ ଫେରୁଥିଲେ। କିନ୍ତୁ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ୧୧ଲକ୍ଷ ଟଙ୍କା ଲୁଟିନେବା ପରେ କାର୍‌ ଭିତରେ ତାଙ୍କୁ ଜୀଅନ୍ତା ପୋଡିଦେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ କାର୍‌ ନମ୍ବର ପ୍ଲେଟ୍‌ରୁ ମୃତକଙ୍କ ପରିଚୟ ଓ ଠିକଣା ପାଇ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ସୂଚନା ଦେଇଥିଲା। ମୃତ୍ୟୁ ପୂର୍ବରୁ ମେହେର ଏକ ଅଡିଓ କ୍ଲିପ୍‌ ନିଜ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।