୧୧ ମାଛ ମାଫିଆ ଗିରଫ

ପଟ୍ଟାମୁଣ୍ଡାଇ : ଭିତର କନିକା ଅଭୟାରଣ୍ୟର ନିଷିଧାଞ୍ଚଳ ଅଞ୍ଚଳରେ ବେଆଇନ ମାଛ ଧରିବା ଓ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୧୧ ଜଣ ମାଛ ମାଫିଆଙ୍କୁ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ କିଛିଦିନ ତଳେ ମା’ ଜନନୀ ନାମକ ଏକ ଟ୍ରଲର ଅଭୟାରଣ୍ୟ ନିଷିଧାଞ୍ଚଳ ଅଞ୍ଚଳର ସୀମା ସାମୁଦ୍ର ଭିତରକୁ ପଶିଆସି ବେଆଇନ ମାଛ ଧରୁଥିଲା। ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିବାରୁ ମାଛ ମାରୁଥିବା ମାଫିଆମାନେ ଆକ୍ରମଣ କରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ତାଳଚୁଆ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା। ଗତ ୫ ତାରିଖରେ ସାମୁଦ୍ରିକ ଥାନାକୁ ଏକ ଅତ୍ୟାଧୁନିକ ପାଟ୍ରୋଲିଂ ବୋଟ୍ ମିଳିବା ପରେ ସାମୁଦ୍ରିକ ଥାନା ପୋଲିସ ୧୧ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *

Back to top button