୧୧ରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଅମ୍ରିତା ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ୨୦୨୦ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ୍‌)ରେ ଭାରତରେ ୪ର୍ଥ ସର୍ବୋତମ ୟୁନିଭର୍ସିଟିର ମାନ୍ୟତା ଲାଭ କରିଛି। ବି.ଟେକରେ ନାମଲେଖା ପାଇଁ ଏହା ଅମ୍ରିତା ଏଂଟ୍ରାନ୍‌ସ ଏକ୍‌ଜାମିନେସନ (ଏଇଇଇ) ୨୦୨୧ର ଫେଜ୍ ୩କୁ ୧୧ରୁ ୧୪ ଜୁଲାଇ ମଧ୍ୟରେ କରାଯିବ ବୋଲି ଘୋଷଣା କରିଛି। ଯେଉଁ ପ୍ରାର୍ଥୀମାନେ ଏଇଇଇ ୨୦୨୧କୁ ଫେଜ୍ ୧ ଓ ଫେଜ୍ ୨ରେ ଚେଷ୍ଟା କରିଛନ୍ତି ସେମାନେ ତାଙ୍କର ମାର୍କକୁ ଫେଜ୍ ୩ରେ ଉନ୍ନତି କରିପାରିବେ। ରିମୋଟ୍ ପ୍ରୋକ୍‌ଟରିଂ ସହିତ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ ମାଧ୍ୟମରେ କରାଯିବ।

ଭବିଷ୍ୟତର ଇଞ୍ଜିନିୟରମାନଙ୍କ ପାଇଁ ଇଞ୍ଜିନିୟରିଂ ଓ କ୍ୟାରିୟର କାଉନ୍‌ସେଲିଂରେ ଫାଉଣ୍ଡେସନ ପ୍ରୋଗାମ ଅମ୍ରିତା ଭାର୍ସିଟିର ଅଫିସ୍ ଅଫ୍ ଆଡ୍‌ମିସନ ଓ ଆଉଟରିଚ୍ ଦିସା ପ୍ଲାଟଫର୍ମ ଅନ୍ତର୍ଗତ ଅନେକ ଗୁଡ଼ିଏ ସେସନର ପରିଚାଳନା କରୁଛି। ଯଦ୍ୱାରା ବି.ଟେକ୍ ଷ୍ଟ୍ରିମରେ ଭବିଷ୍ୟତର ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ପ୍ରଶିକ୍ଷିତ କରାଯାଇପାରିବ। ଅମ୍ରିତା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ, ଚେନ୍ନାଇର ଫାକଲ୍‌ଟିମାନେ ଭବିଷ୍ୟତର ଟେକ୍‌ନୋଲୋଜି ଉପରେ “ଟେକ୍ ଟକ୍‌” ସେସନର ଆୟୋଜନ କରିବେ। ଏଥିରେ ବିଭିନ୍ନ ଇଞ୍ଜିିନିୟରିଂ ଶାଖାକୁ ସାମିଲ୍ କରାଯିବ।

ଏହି ଫାଉଣ୍ଡେସନ ପ୍ରୋଗ୍ରାମ ମାଧ୍ୟମରେ +୨ରୁ ଇଞ୍ଜିନିୟରିଂକୁ ସରଳ ଭାବରେ ସ୍ଥାନାନ୍ତରିତ କରାଯାଇପାିରବ। ଫେବୃୟାରୀ ୨୦୨୦ରୁ +୨ ଛାତ୍ରମାନଙ୍କ ପାଇଁ ପ୍ରତ୍ୟକ୍ଷ କ୍ଲାସ ହେଉନଥିବାରୁ ଏହାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାର ଉଦ୍ଦେଶ୍ୟ ଇଞ୍ଜିନିୟରିଂ ଆଶାୟୀଙ୍କ ମଧ୍ୟରେ ହେଉଛି ରିୟଲ୍ ଟାଇମ୍ ଆପ୍ଲିକେସନ ସହିତ ବିଜ୍ଞାନ ଓ ବୈଷୟିକିର ମୂଳଦୁଆକୁ ଦୃଢ଼ କରିବା। ଏହି ପ୍ରୋଗ୍ରାମ ମାଧ୍ୟମରେ ଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ କମ୍ପ୍ୟୁଟର ସାଇନ୍‌ସ ବ୍ୟତୀତ ଇଞ୍ଜିନିୟରିଂର ବିଭିନ୍ନ ଶାଖା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହାଦ୍ୱାରା ଭବିଷ୍ୟତର ଇଞ୍ଜିନିୟରମାନେ ସମସ୍ତ ସମ୍ଭାବନା ଓ ନିଯୁକ୍ତି ସୁଯାଗ ବିଷୟରେ ଜାଣିପାରିବେ।

ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ଅଗଷ୍ଟର ପ୍ରଥମ ସପ୍ତାହରେ ୨୦୨୧ ଆଡମିସନ ପାଇଁ ବି.ଟେକ୍ ସେଂଟ୍ରାଲାଇଜ୍‌ଡ ସିଟ୍ ଆଲଟମେଂଟ ପ୍ରକ୍ରିୟା (ସିଏସଏପି) ର ଆରମ୍ଭ କରିବ। ସିଏସଏପି ବି.ଟେକ୍ ପ୍ରୋଗ୍ରାମ ପାଇଁ ଭାର୍ସିଟିର ଅମ୍ରିତାପୁରି (କେରଳ), ବେଙ୍ଗାଲୁରୁ, ଚେନ୍ନାଇ ଓ କୋଏମ୍ବାଟୁର କ୍ୟାମ୍ପସରେ କରାଯାଉଛି ଯାହାକି ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ ଅଟେ। ଭବିଷ୍ୟତ ଉପଯୋଗୀ କାର୍ଯ୍ୟକ୍ରମ ଯଥା ଅଟୋମେସନ ଓ ରୋବୋଟିକ୍‌ସ, ସାଇବର ସିକ୍ୟୁରିଟି ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍‌ସ ସମସ୍ତ ଚାରିଟି କ୍ୟାମ୍ପସରେ ପ୍ରଦାନ କରାଯାଉଛି। ଆଗ୍ରହୀ ପ୍ରାର୍ଥୀମାନେ ସିଏସଏପି ପାଇଁ ରେଜିଷ୍ଟ୍ରେସନ ଫି ଦେଇ ରେଜିଷ୍ଟର କରିପାରିବେ। ଅତି କମ୍‌ରେ ତିନି ରାଉଣ୍ଡ ସିଟ୍ ଆଲଟମେଂଟ କରାଯିବ ଯଦ୍ୱାରା ପ୍ରାର୍ଥୀମାନେ ସ୍ଲାଇଡିଂ ବିକଳ୍ପ ପାଇପାରିବେ। ଟପ୍ ରାଙ୍କଧାରୀ ଛାତ୍ରମାନଙ୍କ ପାଇଁ ୫୦% ସିଟ୍‌ସ ଗୁଡ଼ିକ ସ୍କଲାରସିପ୍ ସହିତ ସଂରକ୍ଷିତ ରହିଛି। ଯେଉଁମାନେ ସିଏସଏପିରେ ପଞ୍ଜୀକୃତ କରିବେ ସେମାନଙ୍କୁ ସେମାନଙ୍କର ପସନ୍ଦର ଶାଖାକୁ ପ୍ରଦାନ କରାଯିବ। ମେଧାବୀ ଛାତ୍ରୀମାନେ ସ୍କଲାରସିପ୍ ଫିସ୍ ସହିତ ସିଟ୍ ପାଇପାରିବେ। ଭଲ ରାଙ୍କ ଥିବା ଛାତ୍ରମାନେ ସ୍କଲାରସିପ୍ ସୁଯୋଗ ଉପଲବ୍ଧ କରିପାରିବେ।

ସମ୍ବନ୍ଧିତ ଖବର
between image and heading

Comments are closed.