୧୨ ଆତଙ୍କବାଦୀ ସଫା

ଶ୍ରୀନଗର : ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ୪ଟି ମିଳିତ ଅପରେସନରେ ୧୨ ଆତଙ୍କବାଦ ନିହତ ହୋଇଛନ୍ତି। ତ୍ରାଲ-ଶୋପିଆନରେ ୭ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହରିପୋରାରେ ଆତଙ୍କବାଦୀ ସଂଗଠନ ଅଲ ବଦରର ୩ ଓ ବିଜବେହରାରେ ଲଶ୍କର-ଏ-ତୌଇବାର ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ ସିଂ।

ଦିଲବାଗ କହିଛନ୍ତି ବିଜବେହରାରେ ଏନକାଉଣ୍ଟର ଶେଷ ହୋଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳର ହୋଇଥିବା ଏନକାଉଣ୍ଟରରେ ଲଶ୍କର-ଏ-ତୌଇବାକୁ ସହଯୋଗ କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଟ ଉପରେ ୧୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରି ନିପାତ କରିଛନ୍ତି। କଶ୍ମୀରର ଆଇଜିପି କହିଛନ୍ତି ନିକଟରେ ଆତଙ୍କବାଦୀ ସଂଗଠନରେ ଅନେକ ଯୁବକ ଯୋଗ ଦେଇଛନ୍ତି। ସେମାନେ କିଭଳି ଆତ୍ମସମର୍ପଣ କରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Back to top button