୧୩୨୦୦ ବୋତଲ କଫ୍‌ ସିରପ୍‌ ଜବତ, ୪ ଗିରଫ

ବରଗଡ଼ : ସୋହେଲା ପୋଲିସ ୧୩,୨୦୦ ବୋତଲ ବେଆଇନ କଫ୍‌ ସିରପ୍‌ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି।

ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ହୋଲସେଲ ବ୍ୟବସାୟ କରନ୍ତି। ସେ ଜାଲ ଜିଏସଟି ଓ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟରରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରପ୍‌ ସେଫ୍ ଏକ୍ସପ୍ରେସ କୋରିୟରରେ ମଗାଇଥିଲେ। ସୋହେଲା ପୋଲିସ୍ ଯାଞ୍ଚ ବେଳେ ହଲଦୀପାଲି ଛକ ନିକଟରେ ଏହା ଧରା ପଡିଥିଲା। ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ବିପୁଳ କଫ ସିରପ୍ ସମେତ ଗୋଟିଏ ପିକ୍ ଅପ୍ ଭେନ, ଜାଲ ଜି ଏସ ଟି ବିଲ, ୨୦ ଲିଟର ଅପମିଶ୍ରିତ ସିରପ୍ ଥିବା ଜାର୍କିନ ମଧ୍ୟ ଜବତ ହୋଇଛି।

ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦରର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର, ଦେହେରି ପାଲିର ଆଲୋକ ମହାରଣା ଓ ବଲାଙ୍ଗୀର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସର ମାଲିକ ଫେରାର ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।