୧୪ଟି ଭାଷାରେ ନିଶୁଳ୍କ ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ରିଲିଜ୍

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟଙ୍କ ‘ଇ-କମିଟି’ ଶନିବାର ଦିନ ୧୪ଟି ଭାଷାରେ ନାଗରିକକେନ୍ଦ୍ରିକ ସେବା ‘ନିଶୁଳ୍କ ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ରିଲିଜ୍ କରିଛି।

ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ଖାସି, ମାଲୟାଲମ୍‌, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାର ଏହି ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ଏପର୍ଯ୍ୟନ୍ତ ୫୭ ଲକ୍ଷ ଡାଉନ୍‌ଲୋଡ୍‌ ହୋଇସାରିଲାଣି। ବାଦୀ-ପ୍ରତିବାଦୀ, ନାଗରିକ, ଓକିଲ, ଆଇନ ପ୍ରତିଷ୍ଠାନ, ପୋଲିସ, ସରକାରୀ ଏଜେନ୍‌ସି ଓ ଅନ୍ୟାନ୍ୟ ଆନୁଷ୍ଠାନିକ ବାଦୀ-ପ୍ରତିବାଦୀଙ୍କ ଉପକାର ପାଇଁ ଏହି ଆପ୍‌ କରାଯାଇଛି। https://ecommitteesci.gov.in/service/ecourts-services-mobile-application/ ରୁ ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌କୁ ମାଗଣାରେ ଡାଉନ୍‌ଲୋଡ୍‌ କରାଯାଇ ପାରିବ। ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ସହିତ ସମସ୍ତ ଇ-କୋର୍ଟ ସେବା ଇଣ୍ଟର୍‌ଲିଙ୍କ୍‌ ହୋଇ ରହିଛି।

Leave a Reply

Your email address will not be published. Required fields are marked *

Back to top button