୧୫ ମାସର ପୁଅକୁ ମା’ର ବିଧା ଗୋଇଠା

ପୁରୀ : ନିଷ୍ପାପ ଶିଶୁକୁ ଅତ୍ୟାଚାର। ଜନ୍ମ କଲା ମା’ର ଏଭଳି ଅତ୍ୟାଚାର କରିଥିବାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ଘଟଣାଟି ପୁରୀ ଜିଲ୍ଲା ଗୋପ ପାଇକସାହି ଗାଁ’ରେ ଘଟିଥିବା ବେଳେ ମହିଳାଙ୍କ ସ୍ଵାମୀ ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶିଶୁ ପୁତ୍ରଟି ମାତ୍ର ୧୫ ମାସର। ଜନ୍ମ କଲା ମା’ ତାକୁ ଗୋଇଠା ପରେ ଗୋଇଠା ମାରି ଚାଲିଛି। କେତେବେଳେ ପେଟରେ ଆଉ କେତେବେଳେ ବେକରେ ଠିଆ ହୋଇପଡୁଛି। ଏତିକିରେ ମନ ଶାନ୍ତି ହେଉନି ହାତ ଗୋଡ ବାନ୍ଧି ପକାଇ ମାଡ଼ ମାରୁଛି। ମା’ ଏଭଳି ମାଡ଼ ମାରୁଥିବା ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ନେଇଥିବା ଜଣାପଡିଛି।
ଏହି ମାଡ଼ ମରା ଭିଡିଓକୁ ନିଜେ ମହିଳାଙ୍କ ସ୍ୱାମୀ ଭାଇରାଲ କରିଛନ୍ତି। ପୁଅକୁ ଉଦ୍ଧାର ସହ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କିନ୍ତୁ ମହିଳାଙ୍କ ଅଭିଯୋଗ ହେଲା ତାଙ୍କୁ ତାଙ୍କ ସ୍ୱାମୀ ଖାଇବାକୁ ଦେଉନାହାନ୍ତି କି ପଚାରୁ ନାହାନ୍ତି।

ମତାମତ ଦିଅନ୍ତୁ ।