୧୫ ପର୍ଯ୍ୟନ୍ତ ସିଏମ୍‌ସିକୁ ପ୍ରବେଶ ମନା

କଟକ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କଟକ ମହାନଗର ନିଗମ କାର୍ଯ୍ୟାଲୟକୁ ସାଧାରଣ ଲୋକଙ୍କ ପ୍ରବେଶ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି କମିସନର ଅନନ୍ୟା ଦାସ ଏହି କଟକଣା ଲାଗୁ କରିଛନ୍ତି। କେବଳ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ଅଫିସ୍‌ ଆସିପାରିବେ ବୋଲି ରହିଛି ନିର୍ଦ୍ଦେଶ।

ସିଏମ୍‌ସି ଆକାଉଣ୍ଟସ୍‌ ବିଭାଗରୁ ଜଣେ କର୍ମଚାରୀ କିଛିଦିନ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ କଣ୍ଟ୍ରୋଲ୍‌ ରୁମ୍‌ରୁ ଏକାଧିକ କର୍ମଚାରୀଙ୍କ ରିପୋର୍ଟ ଆସିଲା ପଜିଟିଭ୍‌। ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ଜଣେ ଅଧିକାରୀ ଓ ଜଣେ ବିଭାଗୀୟ ଯନ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ସିଏମ୍‌ସି କାର୍ଯ୍ୟାଳୟରେ ସଂକ୍ରମଣ ବଢ଼ିଚାଲି ଥିବାରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସିଏମ୍‌ସି ବିକାଶ ଭବନ ଓ ବିଜୁ ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ମନା ଥିବାରୁ ଅନ୍‌ଲାଇନ୍‌ ଯୋଗେ ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।