୧୫୧ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ : ଜୟପୁର ସଦର ପୋଲିସ ଆଜି ୧୫୧ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଚାଲାଣ ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭୁଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶ ରାୟା ଜିଲ୍ଲାର ସାଗର ଚୌଧୁରୀ ଓ ଆକାଶ ଚୌଧୁରୀ। ସେମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ, ୧୭୦୦ ଟଙ୍କା ଓ ଏକ ହୋଣ୍ଡା ସିଟି ମଧ୍ୟ କାର ଜବତ ହୋଇଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଲାପୁଟରୁ ଏକ କାରରେ ଗଞ୍ଜେଇ ରାୟା ଜିଲ୍ଲାକୁ ଯାଉଥିବା ଖବର ପୋଲିସକୁ ସୂଚନା ମିଳିଥିଲା। ଉମୁରୀ ନିକଟରେ ପୋଲିସ ଗଞ୍ଜେଇ ଗାଡିକୁ ଅଟକା ଯାଇଥିବା ବେଳେ ସେଥିରୁ ପ୍ୟାକେଟରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ପଚରାଉଚୁରା ସମୟରେ ସେମାନେ ଜଣେ ବ୍ରୋ‌କରଙ୍କ ମାଧ୍ୟମରେ ଚାଷୀଙ୍କ ନିକଟରୁ ଗଞ୍ଜେଇ କିଣିଥିଲେ।

ମତାମତ ଦିଅନ୍ତୁ ।