୧୫ରୁ ଏମ୍‌କେସିଜି ଓପିଡି ଖୋଲିବ

ବ୍ରହ୍ମପୁର : ଆସନ୍ତା ୧୫ରୁ ଖୋଲିବ ଏମକେସିଜି ମେଡିକାଲ୍‌ କଲେଜର ଜେନରାଲ ଓପିଡି ଖୋଲିବ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଲୋକେ ମେଡିକାଲ୍‌ ଆସିବା ବେଳେ ଓପିଡିରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଓପିଡିକୁ ବନ୍ଦ କରି ଦିଆଯାଇଥିଲା।

ମତାମତ ଦିଅନ୍ତୁ ।