୧୬ ଯାଏ ଏହି ସବୁ ଜିଲ୍ଲାରେ ଝଡ-ବର୍ଷା

ଭୁବନେଶ୍ୱର : ରାଜ୍ୟର ଆସନ୍ତା ୧୬ ତାରିଖ ଯାଏଁ କିଛି ଜିଲ୍ଲାରେ ଝଡ-ବର୍ଷାର ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ଆଜି ଅପରାହ୍ନରୁ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ସମ୍ବଲପୁର, କେଉଁଝର ଓ ମୟୁରଭଞ୍ଜରେ ଝଡ-ବର୍ଷାର ସମ୍ଭାବନା ରହିଛି। ସେହିପରି ୧୨ ତାରିଖଠାରୁ ୧୩ ତାରିଖ ସକାଳ ସାଢେ 8ଟା ମଧ୍ୟରେ କନ୍ଧମାଳ, ବୌଦ୍ଧ, ମାଲକାନଗିରି, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, କଟକ, କେଉଁଝର, ମୟୁରଭଞ୍ଜରେ ପାଗ ଅନୁରୂପ ରହିବ। ୧୩ରୁ ୧୪ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନୟାଗଡ, କଟକ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, କନ୍ଧମାଳ ଓ ଭଦ୍ରକରେ ଝଡ-ବର୍ଷା ହୋଇପାରେ ବୋଲି କୁହାଯାଇଛି।

ଏହାଛଡା ୧୪ରୁ ୧୫ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଏବଂ ୧୫ରୁ ୧୬ ତାରିଖ ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକରେ ଝଡ ବର୍ଷାର ସମ୍ଭାବନା ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button