୧୬୦ କିଲୋମିଟର୍‌ ବେଗରେ ଚାଲିବ ପାସେଞ୍ଜର୍‌ ଟ୍ରେନ

ନୂଆଦିଲ୍ଲୀ : ଏଣିକି ଘଣ୍ଟା ପ୍ରତି ୧୬୦ କିଲୋମିଟର୍‌ ବେଗରେ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ରେଳ ମନ୍ତ୍ରାଳୟର ‘ମିସନ୍-୧୬୦’ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରେଳବାଇ ବୋର୍ଡ ବୈଠକରେ ସ୍ଥିର ହୋଇଛି।

ସେହି ଅନୁଯାୟୀ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଦ୍ରୁତଗାମୀ ପାସେଞ୍ଜର୍‌ ଟ୍ରେନ୍ ଚଳାଚଳ କରିବ। ଏ ଦୁଇଟି ରୁଟ୍‌ରେ ଘଣ୍ଟା ପ୍ରତି ପାସେଞ୍ଜର୍ ଟ୍ରେନ୍‌ର ବେଗ ରହିଛି ମାତ୍ର ୧୩୦ ‌କିଲୋମିଟର୍। ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ସାରିଛି। ଟ୍ରାକ୍ ପରିଚାଳନା ଠାରୁ ଆରମ୍ଭ କରି ରେଳପଥ ପାର୍ଶ୍ଵରେ ବାଡ଼ ନିର୍ମାଣର ଯୋଜନାର ରହିଛି। ଏହି ପ୍ରକଳ୍ପକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ସମୀକ୍ଷା କରିବା ସହ କାର୍ଯ୍ୟକାରୀ କରିବାକୁ ବୋର୍ଡ ଅଧିକାରୀ ଓ ଜୋନାଲ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।