୧୬ଟି ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ : ରାଜେଶ ଭୂଷଣ

ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର ଏବେ ତାହା ୬୪.୪ ପ୍ରତିଶତକୁ ବୃଦ୍ଧି ପାଇଛି। ୧୬ଟି ରାଜ୍ୟରେ ଏହି ହାର ଜାତୀୟ ହାରଠାରୁ ଅଧିକ। ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କ ନିସ୍ୱାର୍ଥପର ସେବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଏସଡି ରାଜେଶ ଭୂଷଣ।

ଗୁରୁବାର ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଭାରତରେ ପରୀକ୍ଷଣ ଚାଲିଥିବା ପ୍ରଥମ ଟିକା ଏପର୍ଯ୍ୟନ୍ତ ୧୧୫୦ ଜଣ ଓ ୨ୟ ଟିକା ୧୦୦୦ ଜଣଙ୍କୁ ଦିଆଯାଇଛି। ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି। ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଥିବା ରାଜେଶ ଭୂଷଣ ସୂଚନା ଦେଇଛନ୍ତି।

ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ସୂଚନା ସେ କହିଛନ୍ତି ଭାରତ ପରି ଏକ ବିଶାଳ ଦେଶରେ ଗୋଷ୍ଠୀ ପ୍ରତିରୋଧ ଶକ୍ତି ଆଣିବା ଏକ ବିକଳ୍ପ ନୁହେଁ। ଟିକା ଆସିବା ପରେ ଏହା ସମ୍ଭବ। ତେଣୁ ଆମକୁ ଏବେ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦେବାକୁ ହେବ।

ମତାମତ ଦିଅନ୍ତୁ ।