୧୮ ଚକିଆ ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା : ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ନିକଟରେ ଆଜି ଦୁର୍ଘଟଣା ଘଟିଛି।। ୧୮ଚକିଆ ଟ୍ରକ ଚକା ତଳେ ଚାପି ହୋଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଜଙ୍କିଆରୁ ଖୋର୍ଦ୍ଧା ଅଭିମୁଖେ ଜଣେ ବ୍ୟକ୍ତି ବାଇକ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ୧୮ ଚକିଆ ଟ୍ରକଟି ଗୋଳବାଇ ଛକ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ବାଇକ ଆରୋହୀଙ୍କ ପରିଚୟ ମିଳିନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।