୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଡ଼ାକିଥିବା ଏହି ବୈଠକ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବେଳେ ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଉପରେ ମତାମତ ନିଆଯିବ। ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ। ଏଥର ଗୋଟିଏ ପ୍ରସଙ୍ଗରେ ଦୁଇଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିବ ନାହିଁ।

ମତାମତ ଦିଅନ୍ତୁ ।