୧୮ରୁ ଯୁକ୍ତ ୨ ପରୀକ୍ଷା : ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ ହେବ

ଭୁବନେଶ୍ୱର : ଆସନ୍ତା ମେ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ଜୁନ୍ ୧୨ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ନ ଲାଗିଲେ ପରୀକ୍ଷା କରାଯିବ ନାହିଁ ବୋଲି କୁହାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ପରିଷଦ ପାଖରେ ଦାଖଲ କରିବାକୁ ପଡିବ। ଏହି ରିପୋର୍ଟ ଦାଖଲ ନହେଲେ ସଂପୃକ୍ତ କଲେଜରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁାପରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଲେଖିଥିବା ଚିଠିରେ ଉଲ୍ଲେଖ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button