୧୮ରୁ କମ୍ ବୟସ ବର୍ଗ ଅଧିକ କରୋନା ସଂକ୍ରମିତ ହେଉଛନ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ବଢିଚାଲିଛି। କରୋନାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ। ଏହି ମହାମାରୀ କେବଳ ବୟସ୍କଙ୍କୁ ନୁହେଁ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଥିବା ବେଳେ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହେଉଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ ଦେଇଛନ୍ତି ପ୍ରଥମ ଲହର୍ ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଦ୍ରୁତଗତିରେ ବ୍ୟାପୁଛି। ଏହା ଶୀଘ୍ର ସଂକ୍ରମଣ କରୁଥିବାରୁ ସମସ୍ତେ କୋଭିଟ୍ ନିୟମ ପ୍ରୋଟୋକଲ୍ ମଣିବା ଆବଶ୍ୟକ। ଏବେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ୮ ପ୍ରତିଶତ ଯୁବକ ମହାମାରୀରେ ସଂକ୍ରମିତ ହେଉଛନ୍ତି। ଏ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲା ଓ ଶିଶୁ ଅଧିକ ରହିଛନ୍ତି। ପୂର୍ବ ସଂକ୍ରମଣରେ ଶିଶୁମାନେ ଆକ୍ରାନ୍ତ ହେଉଥିଲେ ହେଁ ତାହା ବେଶୀ ସିରିୟସ ହେଉନଥିଲା। କିନ୍ତୁ ନୂଆ ସଂକ୍ରମଣ ଅତ୍ୟନ୍ତ ମାରାତ୍ମକ। ଏହି ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ଲକ୍ଷଣ ଦେଖା ଦେଉଛି। ଯଦି ଠିକ୍ ସମୟରେ ଚିକିତ୍ସା କରାନଗଲା ତାହେଲେ ଜୀବନ ପ୍ରତି ବିପଦ ରହିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button