୧୯ରୁ ରାଜଧାନୀର ଏଇ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲୁଇସ୍ ରୋଡ୍ ଅଞ୍ଚଳ ଜୁଡିସିଆଲ କଂପ୍ଲେକ୍ସ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ। ସିଭିଲ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନିଆଯାଇଛି। କଣ୍ଟେନମେଣ୍ଟରୁ ଉପଜିଲ୍ଲାପାଳ ଅଫିସ, ତହସିଲ ଓ ସବ୍ରେଜିଷ୍ଟ୍ରାର୍ ଅଫିସକୁ ବାଦ୍ ଦିଆଯାଇଛି। ଭୁବନେଶ୍ଵର ମହାନଗର ନିଗମର ଦକ୍ଷିଣ- ପୂର୍ବ ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ଏନେଇ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ। କିନ୍ତୁ ଯାତାୟାତ ଉପରେ କଟକଣା ରହିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଆଜି ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୦ ଓ ଲୋକାଲ କେସ୍‌ ୨୧୫ ରହିଛି। ୫୧୭ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ସୂଚନା ଅନୁଯାୟୀ ଶୁକ୍ରବାର ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୩, ବାପୁଜୀ ନଗରରୁ ୪, ବମିଖାଲ୍‌ରୁ ୩, ବୁଦ୍ଧେଶ୍ୱର କଲୋନୀରୁ ୩, ଚନ୍ଦକାରରୁ ୫, ଚନ୍ଦ୍ରଶେଖରପୁର ଏଚ୍‌ବି କଲୋନୀରୁ ୩, ଟଙ୍କପାଣିରୋଡ଼ରୁ ୩, ବେସରକାରୀ ହସ୍ପିଟାଲ୍‌ର ୯ କର୍ମଚାରୀ, ଜୟଦେବ ବିହାରରୁ ୩, ଜାଗମରାରୁ ୪, ଭିଏସ୍‌ଏସ୍‌ ନଗରରୁ ୪, ହଂସପାଳରୁ ୫, ଗଙ୍ଗତ୍ରି ନଗରରୁ ୩, ଗଙ୍ଗନଗରରୁ ୩, ନୟାପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୩, ପଳାସପଲ୍ଲୀରୁ ୩, ଆଇଆର୍‌ସି ଭିଲେଜରୁ ୯, ୟୁନିଟ୍‌-୯ରୁ ୪, ପାତ୍ରପଡ଼ାରୁ ୫ ଓ ପଟିଆରୁ ୫ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ୧୭୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଛି। ୧୩୬୩୧ ଜଣ ସୁସ୍ଥ ହୋଇଛନ୍ତି। ୪୨୧୨ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।