୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ, ଅନ୍‌ଲାଇନ୍‌ରେ ପାଠପଢ଼ା

0

ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ରାଜ୍ୟ ଉଚ୍ଚ ଶିିକ୍ଷା ବିଭାଗ ନେଇଛି ବଡ଼ ପଦକ୍ଷେପ। ଚଳିତମାସ ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଉଚ୍ଚ ଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଦେଇଥିବା ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୧୯ରୁ ରାଜ୍ୟର କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ହେବନାହିଁ। ପିଲାମାନେ ଅଫଲାଇନରେ ମଧ୍ୟ ପରୀକ୍ଷା ଦେବେନାହିଁ। କଲେଜ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ସ୍ଥିତିରେ ପରୀକ୍ଷା ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି। ଏଥିସହ ଏପ୍ରିଲ ୧୯ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ଅନଲାଇନରେ ପାଠପଢା ଜାରି ରହିବ। ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଛି।

Leave A Reply

Your email address will not be published.