୨୦୦୦ରୁ ଅଧିକ ମହିଳା ଏସଏଚଜିକୁ ସାମିଲ କରିବାକୁ ୟେସ୍ ବ୍ୟାଙ୍କ ସହ ସ୍ପାଇସ୍ ମନିର ସହଯୋଗିତା

0

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଂଚଳରେ ଥିବା ମହିଳାମାନଙ୍କୁ ବିଜ୍‌ନେସ୍ କରେସ୍‌ପଣ୍ଡେଣ୍ଟ ଏଜେଣ୍ଟ (ବିସିଏ)ରେ ପରିଣତ କରି ସେମାନଙ୍କୁ ସ୍ପାଇସ୍ ମନି ନେଟ୍‌ୱର୍କରେ ସାମିଲ କରିବା ଲାଗି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଓ ୟେସ୍ ବ୍ୟାଙ୍କ ସହ ମିଶି ଭାରତର ଅଗ୍ରଣୀ ଗ୍ରାମୀଣ ଫିନ୍‌ଟେକ୍ ସଂସ୍ଥା ସ୍ପାଇସ୍ ମନି କାର୍ଯ୍ୟ କରୁଛି। ୟେସ୍ ବ୍ୟାଙ୍କକୁ ଓଡ଼ିଶା ସରକାର ମିଶନ ଶକ୍ତି ଅଧୀନରେ ପାର୍ଟନର୍ ବ୍ୟାଙ୍କ ଭାବେ ନିଯୁକ୍ତ କରିଛନ୍ତି।

୨୦୨୧ ମାର୍ଚ୍ଚ ସୁଦ୍ଧା ୪୦୦ରୁ ଅଧିକ ବିସି ସୃଷ୍ଟି କରିବାରେ ସ୍ପାଇସ୍ ମନି ଅଗ୍ରଣୀ ସ୍ଥାନରେ ରହିଛି । କଂପାନି ୨୦୦୦ରୁ ଅଧିକ ଏସ୍‌ଏଚ୍‌ଜିଙ୍କୁ ନିଜ ନେଟ୍‌ୱର୍କରେ ସାମିଲ କରିବାକୁ ଯୋଜନା ରଖିଛି। ଯେଉଁମାନେ ସ୍ପାଇସ୍ ମନିର ମହିଳା ଅଧିକାରୀ ନେଟ୍‌ୱର୍କରେ ବିସିରେ ପରିଣତ ହେବ।
ମିଶନ ଶକ୍ତି ହେଉଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ସରକାରଙ୍କ ଏକ ସ୍ୱତନ୍ତ୍ର ଅଭିଯାନ। ଏହା ସାରା ରାଜ୍ୟରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହ ଯୋଡ଼ି ହୋଇ ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରଛି। ସ୍ପାଇସ୍ ମନି ୟେସ୍ ବ୍ୟାଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କରେସ୍‌ପଣ୍ଡେଣ୍ଟ ଭାବେ କାର୍ଯ୍ୟ କରିବ ଓ ଅଧିକାରୀମାନଙ୍କୁ ଯୋଡ଼ିବା ଲାଗି ଏଟିଏମ୍ କିଟ୍ ପ୍ରଦାନ କରିବ ଯେଉଁଥିପାଇଁ ନାବାର୍ଡ ପାଣ୍ଠି ସହାୟତା ଦେଉଛି। ଓପନ୍ ୱାଲେଟ୍ ପ୍ଲାଟ୍‌ଫର୍ମ ଜରିଆରେ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାରେ ୨୦୦୦ରୁ ଅଧିକ ବିସି ପଏଂଟ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ପାଇସ୍ ମନିର ପ୍ରତିଷ୍ଠାତା ଦିଲ୍ଲୀପ ମୋଦୀ କହିଛନ୍ତି “ଗ୍ରାମୀଣ ମହିଳାଙ୍କ ନିକଟରେ ଅର୍ଥନୈତିକ ଓ ଆର୍ଥିକ ଅଭିବୃଦ୍ଧି ପହଂଚି ନାହିଁ। କେବଳ ସାମାଜିକ ପ୍ରତିବନ୍ଧକ ନୁହେଁ ଓ ମେଣ୍ଟର୍‌ସିପ୍‌, ଆର୍ଥିକ ସମ୍ବଳ ଓ ସୀମିତ ଗମନାଗମନ ଭଳି ସମସ୍ୟା ଯୋଗୁଁ ସେମାନଙ୍କ ମଧ୍ୟରେ ଉଦ୍ୟମିତାର ପ୍ରଚାର କମ୍ ରହିଛି। ଏହି ପ୍ରକଳ୍ପ ଜରିଆରେ ଆମେ ଗୃହ ଭିତ୍ତିକ ମହିଳା ଉଦ୍ୟୋଗୀମାନଙ୍କୁ ଭାରତର ଅପହଂଚ ଅଂଚଳର ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସାମିଲ ହେବା ଲାଗି ଉତ୍ସାହିତ କରୁଛୁ। ୨୦୨୦-୨୧ ଆର୍ଥିକ ବର୍ଷରେ ମହିଳା ଏସ୍‌ଏଚ୍‌ଜିଗୁଡ଼ିକୁ ବିସିଏଭାବେ ସାମିଲ କରିବା ଲାଗି ମିଶନ ଶକ୍ତିର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ବ୍ୟାଙ୍କସେବା ପହଂଚିନଥିବା ଗ୍ରାମମ ପଂଚାୟତ ଗୁଡ଼ିକରେ ଆମେ ୪୦୦ରୁ ଅଧିକ ବିସି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଏସ୍‌ଏଚ୍‌ଜି ଗୁଡ଼ିକର ୧୮-୪୫ ବର୍ଷ ବୟସର ମହିଳା ଯେଉଁମାନେ ଦଶମ ପାସ୍ କରିଥିବେ ଓ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ଚଲାଇବାର ମୌଳିକ ଜ୍ଞାନ ରଖିଥିବେ ସେମାନେ ବିସି ହୋଇପାରିବେ।

Leave A Reply

Your email address will not be published.