୨୦୨୦-୨୧ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ

ପୁରୀ : ଶ୍ରୀମନ୍ଦିରର ୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ୧୫୪ କୋଟି ଟଙ୍କାର ବଜେଟକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି।

ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ବୈଠକ ଶେଷରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅନୁମୋଦନ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ସୂଚନା ଦେଇଥିଲେ। ସେ କହିଛନ୍ତି କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଦାନ ବନ୍ଦ ରହିଛି। ସେଥିପାଇଁ ଚଳିତ ବର୍ଷ ଶ୍ରୀମନ୍ଦିର ଆୟ କମିଥିବା ବେଳେ ଆୟ ତୁଳନାରେ ବ୍ୟୟ ଢେର ବଢିଛି। ଏହି ବଜେଟରେ ସେବାୟତ କଲ୍ୟାଣ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। କାର୍ତ୍ତିକ ନୀତିକାନ୍ତି, ରୁପା ଚାଦର ଲଗାଯିବା, ନାଗାର୍ଜ୍ଜୁନ ବେଶ ଓ ଶ୍ରୀମନ୍ଦିର ଖୋଲିବା ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଆଖିଲେଶ ସିଂ ଓ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।