Breaking Newsଦେଶ-ବିଦେଶ

୨୦୨୧ ଅଗଷ୍ଟ ସୁଦ୍ଧା ୩୦କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଅଗଷ୍ଟ ମାସ ଭିତରେ ଦେଶର ୩୦କୋଟି ଲୋକଙ୍କୁ କରୋନା ଟିକା ଦେବାର ଯୋଜନା ରହିଛି। ଦିଲ୍ଲୀ ରେଳ ଷ୍ଟେସନରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷର ପ୍ରଥମ ୩-୪ ମାସରେ ଦେଶର ଲୋକଙ୍କୁ ଟିକା ପ୍ରଦାନ କରିବାକୁ ସକ୍ଷମ ହେବାର ସମ୍ଭାବନା ରହିଛି। ଜୁଲାଇ-ଅଗଷ୍ଟ ସୁଦ୍ଧା ପ୍ରାୟ ୨୫-୩୦ କୋଟି ଲୋକଙ୍କୁ ଟିକା ଦିଆଯିବ। ଆମେ ସେହି ଅନୁଯାୟୀ ପ୍ରସ୍ତୁତ ହେଉଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅନୁସରଣ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button