୨୦୨୧ ପୂର୍ବରୁ କରୋନା ଟିକା ବାହାରିବନି

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୫ ମଧ୍ୟରେ କରୋନା ଟିକା ବାହାରିବ। ଏ ଆଶା ଏବେ ମଉଳିବାକୁ ଯାଉଛି। ୨୦୨୧ ପୂର୍ବରୁ କରୋନା ଭାଇରସ୍ ଟିକା ସମ୍ଭବ ନୁହେଁ ବୋଲି ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି ସରକାରୀ ଅଧିକାରୀ।

ଶୁକ୍ରବାର ସଂସଦରେ ଆୟୋଜିତ ସାଂସଦଙ୍କ ପ୍ୟାନେଲର ଅନୁଷ୍ଠିତ ବୈଠକରେ ସରକାରୀ ପରାମର୍ଶଦାତା ତଥା ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଟିକା ଓ ଜେନେରିକ ଔଷଧର ଅଗ୍ରଣୀ ଉତ୍ପାଦକ ଭାବେ ଭାରତ ବିଶ୍ୱ ଦୌଡ଼ରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଆଶା କରାଯାଉଛି। ବିଶ୍ୱର ପ୍ରାୟ ୬୦ପ୍ରତିଶତ ଟିକା ଭାରତରେ ବିକଶିତ ହୋଇଛି। ତେଣୁ ଆମର ଆଶା ଅଛି ଏହି ଟିକା ଖୋଜିବା କିମ୍ବା ଉତ୍ପାଦନ କରିବାରେ ଭାରତ ଆଗରେ ରହିବ। କିନ୍ତୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ କରୋନା ଟିକା ବାହାରିବା ସମ୍ଭବ ନୁହେଁ। ବୈଠକରେ ବାୟୋଟେକ୍ନୋଲୋଜି ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ବିଭାଗ, ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ ତଥା ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ।

ମତାମତ ଦିଅନ୍ତୁ ।