୨୧ ହଜାର ଲିଟର ପିଡିଏସ କିରାସିନି ଜବତ

ଭୁବନେଶ୍ୱର : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅଂଚଳରେ ଏସଟିଏଫ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି। ଏହି ଘଟଣାରେ ଏସଟିଏଫ କେଲାର ଗାଁର ଗୋକୁଳାନନ୍ଦ ପାଳ, ଗଂଜାମ ଜିଲ୍ଲାର ରାଧେଶ୍ୟାମ ବାରିକ ଓ ଗୋଲନ୍ଥରାର ଜିତେନ୍ଦ୍ର ରାଉତଙ୍କୁ ଅଟକ ରଖିଛି। ସେହିପରି ୨ଟି ଟ୍ୟାଙ୍କର, ଗୋଟିଏ ଇଲେକ୍ଟ୍ରି ମୋଟର, ୫ଟି ଖାଲି ଡ୍ରମ, ପ୍ଲାଷ୍ଟିକ ପାଇପ, କେମିକାଲ ଓ ନଗଦ ୧୮ ହଜାର ୬୦୦ ଟଙ୍କା ଜବତ କରାଯାଇଛି। ଖବର ଅନୁଯାୟୀ ଅଭିଯୁକ୍ତମାନେ କିରାସିନିରେ ରସାୟନିକ ସାମଗ୍ରୀ ମିଶାଇ ନକଲି ଡିଜେଲ ପ୍ରସ୍ତୁତ କରୁଥିଲେ।

ମତାମତ ଦିଅନ୍ତୁ ।