୨୨ରୁ ୨୯ ଝାଡଖଣ୍ଡ ଲକଡାଉନ୍

0

ନୂଆଦିଲ୍ଲୀ : ଝାଡଖଣ୍ଡ ସରକାର ରାଜ୍ୟରେ ଏକ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। କରୋନା ଚେନ ଭାଙ୍ଗିବାକୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ସୁରକ୍ଷା ସପ୍ତାହ’ ନାଁରେ ନାମିତ ଲକଡାଉନ କଟକଣା ଲାଗୁହେବ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭବନରେ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବା ପରେ ଲକଡାଉନ ଘୋଷଣା କରିଥିଲେ। ବୈଠକରେ ମୁଖ୍ୟ ସଚିବ ସୁଖଦେବ ସିଂ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାର ଦିନକ ପୂର୍ବରୁ ସର୍ବଦଳୀୟ ବୈଠକ ହୋଇଥିଲା। ଜେଏମଏମ୍ ଓ ବିଜେପି ଲକଡାଉନ୍ ସପକ୍ଷରେ ମତ ରଖିଥିବା ବେଳେ କଂଗ୍ରେସ ମଧ୍ୟ ସହମତ ହୋଇଥିଲା।

Leave A Reply

Your email address will not be published.