୨୨ରୁ ସମ୍ବଲପୁର ସଟ୍‌ଡାଉନ୍

ସମ୍ବଲପୁର : ଆସନ୍ତାକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହି ୧୦ ଦିନିଆ ସଟ୍‌ଡାଉନ୍ ଦୁଇଟି ଦଫାରେ ଲାଗୁ ହେବ।

ପ୍ରଥମେ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ, କ୍ଷୀର ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ରାସ୍ତାକଡ଼ ଢାବା ଖୋଲା ରହିବ। କିନ୍ତୁ ଏଠାରୁ କେବଳ ଖାଦ୍ୟ ପାର୍ସଲ ନେଇହେବ।ଏହାଛଡା ଜିଲ୍ଲା ଭିତରେ ସରକାରୀ, ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଚାଲିପାରିବ। ଦୁଇ ଚକିଆ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ରହିଛି।

ମତାମତ ଦିଅନ୍ତୁ ।