୨୩ରେ ନୂଆଁଖାଇ : ସକାଳ ୯ଟା ୩୫ରୁ ୯ଟା ୫୦ମଧ୍ୟରେ ଲାଗିହେବ ନବାନ୍ନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଗୁରୁବାର ପଣ୍ଡିତ ମହାସଭାରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଆସନ୍ତା ୨୩ ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବ। ସେହିପରି ନୂଆଁଖାଇ ପାଇଁ ୨୩ ତାରିଖ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ରବିବାର ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗିହେବ। ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି।

ମତାମତ ଦିଅନ୍ତୁ ।