Breaking Newsଦେଶ-ବିଦେଶ

୨୪ ଘଣ୍ଟାରେ ଦେଶରେ ୫୬୨୮୨ ସଂକ୍ରମିତ: ୯୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୬, ୨୮୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯୦୪ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୬୪,୫୩୭ ପହଞ୍ଚିଥିବା ବେଳେ ୧୩୨୮୩୩୬ ଜଣ ସୁସ୍ଥ ହୋଇଛନ୍ତି। ଆଜିସୁଦ୍ଧା ୪୦୬୯୯ ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇଛି।

ଗୁରୁବାର ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୧୬୪୭୬ ଜଣଙ୍କର କରୋନାରେ ମୃତ ହୋଇଛି। ସେହିପରି ଦିଲ୍ଲୀରେ ୪୦୪୪ ଜଣ, ଗୁଜରାଟରେ ୨୫୫୬, ତାମିଲନାଡୁରେ ୪୪୬୧, ଉତ୍ତରପ୍ରଦେଶରେ ୧୮୫୭ ଓ ପଶ୍ଚମବଙ୍ଗରେ ୧୮୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡା ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ୧୪, ଆନ୍ଧ୍ରପ୍ରଦେଶରେ ୧୬୮୧, ଅରୁଣାଚଳ ପ୍ରଦେଶରେ ୩, ଆସାମରେ ୧୨୧, ବିହାରରେ ୩୫୫, ଚଣ୍ଡିଗଡ଼ରେ ୨୦, ଛତିଶଗଡ଼ରେ ୭୧, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨, ଗୋଆରେ ୬୪ ଜଣ, ହରିୟାଣାରେ ୪୫୫ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୨୬, ଝାଡ଼ଖଣ୍ଡରେ ୧୩୬, କର୍ଣ୍ଣାଟକରେ ୨୮୦୪, କେରଳରେ ୯୪, ଲଦାଖରେ ୭, ମଧ୍ୟପ୍ରଦେଶରେ ୯୨୯, ମଣିପୁରରେ ୭, ମେଘାଳୟରେ ୫, ନାଗାଲାଣ୍ଡ୍‌ରେ୬, ଓଡ଼ିଶାରେ ୨୨୫, ପୁଦ୍ଦୁଚେରୀରେ ୬୫, ପଞ୍ଜାବରେ ୪୯୧, ରାଜସ୍ଥାନରେ ୭୭୫, ସିକିମରେ ୧, ତେଲେଙ୍ଗାନାରେ ୫୮୯, ତ୍ରିପୁରାରେ ୩୧ ଓ ଉତ୍ତରାଖଣ୍ଡରେ ୯୮ ଜଣ ମୃତ୍ୟୁ ବରଣ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button