Breaking Newsଅପରାଧ

୨୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା : ରାୟଗଡ଼ା ସହର ଏଫ୍‌ସିଆଇ ଛକରେ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ସଂସ୍ଥାର କର୍ମଚାରୀଙ୍କ କହିବା ଅନୁଯାୟୀ ଅନୁଯାୟୀ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ। ରାୟଗଡ଼ା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣାର ତଦନ୍ତ ଚଳାଇ ଥିବା ବେଳେ କଂପାନିର କିଛି କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button