୨୪ ମନ୍ତ୍ରା ଅର୍ଗାନିକ ପକ୍ଷରୁ ଅର୍ଗାନିକ ପାସ୍ତା, ସିମେଇ ଓ ପିନଟ୍‍ ବଟର୍‍ର ବଜାର ପ୍ରବେଶ

ଭୁବନେଶ୍ୱର : ବାରମ୍ବାର ପାସ୍ତା ଭଳି ଇଟାଲୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ଅଥବା ସିମେଇରୁ ପ୍ରସ୍ତୁତ ଖିରୀ କିମ୍ବା ସିମେଇ ଉପମା ଖାଇବାକୁ ପାଟିରୁ ଲାଳ ବହୁଥିବା ଅଥଚ ସ୍ୱାସ୍ଥ୍ୟ ଓ ସୁସ୍ଥତା ପ୍ରତି ସଚେତନ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆପଣ ଜଣେ କି? ଏବେ ଆପଣ ଆପଣଙ୍କର ନିୟମିତ ଖାଦ୍ୟ ରୋଟି ଏବଂ ଭାତ ବ୍ୟତୀତ ୨୪ ମନ୍ତ୍ରା ଅର୍ଗାନିକର ନୂଆ ଅର୍ଗାନିକ ପାସ୍ତା ଏବଂ ସିମେଇ ଖାଇପାରିବେ। ସଂପୂର୍ଣ୍ଣ ଭାବରେ ଜୈବିକ ଏବଂ ରାସାୟନିକ କୀଟନାଶକ ଏବଂ ସାରରୁ ମୁକ୍ତ ଏହି ନୂଆ ପିଢିର ଉତ୍ପାଦ ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଦ୍ଧତା ଏବଂ ନିରାପତ୍ତାର ଭରସା ଦେଉଛି। ପ୍ରୋଟିନ ସଚେତନ ମାତ୍ରାଧିକ ସାଣ୍ଡୱିଚପ୍ରେମୀଙ୍କ ପାଇଁ ଏହି ଦୁଇ ସ୍ୱାସ୍ଥ୍ୟକର ଉତ୍ପାଦ ସହିତ ଯୋଗ ହୋଇଛି ପିନଟ୍‍ ବଟର।

ଏକ ସମୟରେ ନିରାପତ୍ତା, ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଯେତେବେଳେ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ଏବଂ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଏହି ଧାରା ତ୍ୱରାନ୍ୱିତ ହୋଇଥିବା ସମୟରେ ଅର୍ଗାନିକ ପାସ୍ତା, ସିମେଇ ଏବଂ ପିନଟ୍‍ ବଟର ଆପଣଙ୍କ ରୋଷେଇ ଘର ଥାକରେ ଗଚ୍ଛିତ ରଖିବାକୁ ସଠିକ ଉତ୍ପାଦ ହୋଇଛି। ୨୪ ମନ୍ତ୍ରା ଅର୍ଗାନିକର ପାସ୍ତା ଦୁଇଟି କିସମରେ ଉପଲବ୍ଧ ହେଉଛି, ଯଥା- ମାକାରୋନି ଏବଂ ଫୁସିଲି ଏବଂ ସିମେଇ ଭଜା ଓ ସ୍ୱାଭାବିକ କିସମରେ ଉପଲବ୍ଧ ହେଉଛି। ଉଭୟ ଉତ୍ପାଦ ୪୦୦ ଗ୍ରାମ ପ୍ୟାକ୍‍ ଆକାରରେ ଆସୁଥିବାବେଳେ ସିମେଇ ମୂଲ୍ୟ ୬୦ ଟଙ୍କା ଏବଂ ପାସ୍ତା ୮୦ ଟଙ୍କା ରଖାଯାଇଛି । ଉଭୟ ସିମେଇ ଓ ପାସ୍ତା ୨୪ ମନ୍ତ୍ରା ଅର୍ଗାନିକର ଚକି ପେଷା ଅଟାରୁ ପ୍ରସ୍ତୁତ ହୋଇଛି। ଏଥିରେ ଅଧିକ ତନ୍ତୁଜାତୀୟ ଏବଂ ପୋଷକ ଉପାଦାନ ରହିଛି ଯାହା ଏହାକୁ ଯେକୌଣସି ବୟସ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ କରି ଗଢିତୋଳୁଛି। ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ଉପାଦାନ ସର୍ବୋତ୍ତମ ଗୁଣ ମାନର ଯାହାକୁ ସମଗ୍ର ଦେଶରେ ଥିବା ଏହାର ୬୦,୦୦୦ରୁ ଅଧିକ କୃଷକ ନେଟୱର୍କରୁ ସଂଗ୍ରହ କରାଯାଇଛି।

ଅନ୍ୟପକ୍ଷରେ ପିନଟ୍‍ ବଟରରେ ସାଧାରଣ ବଟର ଏବଂ ମାର୍ଗାରାଇନ ତୁଳନାରେ କମ୍‍ ପରିମାଣରେ ଚର୍ବିଅଂଶ ରହିଛି । ପିନଟ୍‍ ବଟରକୁ ଭଜା ଯାଇଥିôବା ବାଦାମକୁ ଗୁଣ୍ଡକରି ପ୍ରସ୍ତୁତ କରାଯାଇଛି ଯାହା ଚର୍ବିଜାତୀୟ ଖାଦ୍ୟ ଏବଂ ଉତ୍ତମ ପରିମାଣର ପ୍ରୋଟିନର ଏକ ଭଲ ଉତ୍ସ ହୋଇଛି। ପିନଟ୍‍ର ପ୍ରୋଟିନରେ ଲାଇସିନ, ଥ୍ରେଓନାଇନ ଭଳି ଗୁରୁତ୍ୱପୂର୍ଣ୍ଣ ଆମିନୋ ଏସିଡ ରହିଛି । ୨୪ ମନ୍ତ୍ରା ଅର୍ଗାନିକର ପିନଟ୍‍ ବଟର ପଟାସିୟମ, ତମ୍ବା, ମ୍ୟାଗନେସିୟମ, ମାଙ୍ଗାନିଜ, ଦନ୍ତା ଏବଂ ସେଲେନିୟମ ଭଳି ବହୁ ଖଣିଜର ଏକ ଉତ୍ତମ ଉତ୍ସ ଅଟେ, ଯାହା ଭିଟାମିନ ବି ଏବଂ ଭିଟାମିନ ଇ’ରେ ରୂପାନ୍ତରିତ ହୋଇଥାଏ । ଅର୍ଗାନିକ ପିନଟ୍‍ ବଟର ଶରୀରର ଓଜନ ବୃଦ୍ଧି ଏବଂ ମାଂସପେଶୀକୁ ମଜଭୁତ କରିବା ନିମନ୍ତେ ଏକ ଚମତ୍କାର ଉତ୍ସ ଏବଂ ଏହା ହୃତପିଣ୍ଡ ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ଅତ୍ୟନ୍ତ ଉପକାରୀ। କାରଣ ଏଥିରେ ସଠିକ ପରିମାଣରେ ମନୋସାଚୁରେଟେଡ ଏବଂ ପଲିଅନ୍‍ସାଚୁରେଟେଡ ଫ୍ୟାଟି ଏସିଡର ମିଶ୍ରଣ ଘଟିଛି, ଯାହା ଏଥିରେ ଉପସ୍ଥିତ ରହିଛି। ଏହି ଉତ୍ପାଦ ଦୁଇଟି ଆକାର ପ୍ୟାକ୍‍ରେ ଉପଲବ୍ଧ ହେଉଛି । ତାହା ହେଉଛି ୪୫୦ ଗ୍ରାମ ଏବଂ ୮୦୦ ଗ୍ରାମ ଏବଂ ଏହାର ମୂଲ୍ୟ ଯଥାକ୍ରମେ ୨୨୫ ଟଙ୍କା ଓ ୪୦୦ ଟଙ୍କା ରଖାଯାଇଛି।

୨୪ ମନ୍ତ୍ରା ଅର୍ଗାନିକର ଅନ୍ୟାନ୍ୟ ଉତ୍ପାଦ ଭଳି ନୂଆକରି ବଜାର ପ୍ରବେଶ କରାଯାଇଥିବା ଏହି ଉତ୍ପାଦ ବର୍ଗ ସମଗ୍ର ଦେଶରେ ୧୦ ହଜାରରୁ ଅଧିକ ଖୁଚୁରା ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ହେଉଛି ଏବଂ ହାଇଦରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନଇରେ କମ୍ପାନୀର ଥିବା ନିଜସ୍ୱ ଷ୍ଟୋରରେ ମଧ୍ୟ ଏହା ମିଳୁଛି। ସେଗୁଡିକ ସମସ୍ତ ଅଗ୍ରଣୀ ଇ-କମର୍ସ ସାଇଟ ଯଥା ଆମାଜନ, ଫ୍ଲିପକାର୍ଟ, ବିଗ ବାସ୍କେଟ, ଜିଓମାର୍ଟ, ଗ୍ରୋଫର୍ସ, ମିଲ୍କ ବାସ୍କେଟ, ସ୍ୱିଗି, ସୁପର ଡେଲିରୁ ଏବଂ ମେଟ୍ରୋ, ସ୍ପେନସର୍ସ, ଷ୍ଟାର ବଜାର, ସ୍ପାର ଏବଂ ୱାଲମାର୍ଟ ଭଳି ହାଇପରମାର୍କେଟରୁ ମଧ୍ୟ କିଣାଯାଇପାରିବ।

ସମ୍ବନ୍ଧିତ ଖବର
between image and heading

Comments are closed.