୨୪ରେ ରୋହନପ୍ରୀତ-ନେହା କକ୍କଡ଼ଙ୍କ ବାହାଘର

ମୁମ୍ବାଇ : ବଲିଉଡ ଷ୍ଟାର ସିଙ୍ଗର ନେହା କକ୍କଡ଼ ତାଙ୍କ ବଏଫ୍ରେଣ୍ଡ ତଥା ମ୍ୟୁଜିକ ରିୟଲିଟି ଶୋ’ ‘ଇଣ୍ଡିଆଜ ରାଇଜିଂ ଷ୍ଟାର’ର ସିଜନର ପ୍ରଥମ ରନର-ଅପ୍ ହୋଇଥିବା ରୋହନପ୍ରୀତ ସିଂହଙ୍କୁ ବାହା ହେବେ। ଶେହନାଜ ଗିଲଙ୍କ ‘ମୁଝସେ ଶାଦି କରୋଗେ’ ଶୋ’ରେ ରୋହନପ୍ରୀତ ନଜର ଆସିବା ପରେ ତାଙ୍କୁ ଅଧିକ ଲୋକ ପ୍ରିୟତା ମିଳିଥିଲା। ଚଳିତମାସ ୨୪ ତାରିଖରେ ଦୁହିଁଙ୍କ ବାହାଘର ବୋଲି ଚର୍ଚ୍ଚା ହେଉଛି।

କିଛିଦିନ ତଳେ ଲକଡାଉନ ବାହାଘରକୁ ନେଇ ରୋହନ ଓ ନେହାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି। ସେହି ଗୀତକୁ ନେହା ତାଙ୍କ ଇନଷ୍ଟା-ଷ୍ଟୋରିରେ ପ୍ରମୋଶନ କରିଥିଲେ। ତେବେ ବିବାହକୁ ନେଇ ରୋହନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏବେ ପ୍ରଶ୍ନ ଉଠିଛି ଏମାନେ ସତରେ ବାହା ହେବେ ନା ମ୍ୟୁଜିକ ଭିଡ଼ିଓକୁ ନେଇ ଏଭଳି ଗୁଜବ ସୃଷ୍ଟି କରାଯାଇଛି। ପୂର୍ବରୁ ଅର୍ଥାତ ଜାନୁଆରୀ ମାସରେ ମଧ୍ୟ ନେହା ଓ ଆଦିତ୍ୟ ନାରାୟଣଙ୍କ ବାହାଘର ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

ମତାମତ ଦିଅନ୍ତୁ ।