୨୪ରୁ ଶନି ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ : କରୋନା ସଂକ୍ରମଣ ବଢିଥିବାରୁ ଶ୍ରୀମନ୍ଦିରରେ ଲାଗିଛି କଟକଣା। ସପ୍ତାହର ଶନି ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତର ବେଢା, ସ୍ୱତନ୍ତ୍ର ବ୍ୟାରିକେଡ ଓ ବଡ଼ଦାଣ୍ଡ ଆଦି ସାନିଟାଇଜେସନ କରାଯିବ। ଆସନ୍ତା ୨୪ ତାରିଖ ଶନିବାର ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି।

ଶୁକ୍ରବାର ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପିର ଅନୁପାଳନ କରାଯିବ। ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସାନିଟାଇଜର ଓ ମାସ୍କ ବ୍ୟବହାରକୁ କଡ଼ାକଡି କରାଯାଇଛି। ସେହିପରି ଭିତରକାଠ ଦର୍ଶନ ବନ୍ଦ। ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ହେବ। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନେଇ ୩ଟି ଟିମ୍ ଗଠନ ହେବ। ଏହି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ।

Leave a Reply

Your email address will not be published. Required fields are marked *

Back to top button